ଆମ ବିଷୟରେ

ଚିରଞ୍ଜୀବୀ ଚେତନାକୁ ସୁସୁପ୍ତିରୁ ଜାଗ୍ରତ କରାଇବାରେ ସାହିତ୍ୟ ଯୁଗେ ଯୁଗେ ମୁଖ୍ୟ ଭୂମିକା ଗ୍ରହଣ କରି ଆସିଛି। ଆଜି କିନ୍ତୁ ସାହିତ୍ୟ ସାହିତ୍ୟିକ ମୂଲ୍ୟବୋଧରୁ ସମାଜକୁ ସଂସ୍କାରିତ କରିବା ଦାୟିତ୍ୱରୁ ଦୂରେଇଯିବାର ଅପଚେଷ୍ଟା କରୁଛି। ଆମ ସାହିତ୍ୟ ମୁନି ଋଷି ମାନଙ୍କ ଜାଗତିକ ଚିନ୍ତନର ଅନ୍ତର୍ନିହିତ ପ୍ରେରଣାର ଉତ୍ସକୁ ଶ୍ରେୟ ନ ଦେଇ ବିପରୀତ ଦିଗରେ ବହୁଥିବା ସ୍ୱାର୍ଥାନ୍ୱେଷୀ ପାଶ୍ଚାତ୍ୟ ସାହିତ୍ୟର ସ୍ରୋତରେ ଭାସି ଯିବାକୁ ବସିଛି । ଫଳତଃ ଅପହଞ୍ଚ ହୋଇଯାଇଛି ପ୍ରଥିତଯଶା ସାହିତ୍ୟିକମାନଙ୍କ ଅନନ୍ୟ ସୃଷ୍ଟିର ଅନୁଶୀଳନ।

ଭାରତଭଳି ବିଶାଳ ଭୂଖଣ୍ଡରେ ଥିବା ରାଜ୍ୟ ସମୂହର ସାଂସ୍କୃତିକ ବିବିଧତାକୁ ଏକତାରେ ପରିପ୍ରକାଶ ନ କରି କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଉଗ୍ର ଆଞ୍ଚଳିକ ବୈଷମ୍ୟର ମାନସିକତାକୁ ପ୍ରୋତ୍ସାହନ ଦେବାରେ ତତ୍ପର ।

ରାଷ୍ଟ୍ରଭଳି ବ୍ୟାପକ ଶବ୍ଦଟିକୁ କେବଳ ରାଷ୍ଟ୍ରଗାନ, ରାଷ୍ଟ୍ରଚିହ୍ନ ବା ରାଷ୍ଟ୍ରପାଇଁ ଆତ୍ମୋତ୍ସର୍ଗର କାହାଣୀ ଭିତରେ ସୀମିତ କରି ନ ଦେଇ ଭବିଷ୍ୟତ ପିଢ଼ିଙ୍କ ନିକଟରେ ତା’ର ବିଶାଳ ସ୍ୱରୂପକୁ ପହଞ୍ଚାଇବାକୁ ହେବ। ତେଣୁ ସାହିତ୍ୟରେ ମୌଳିକ ଚିନ୍ତନ ତଥା ସଂସ୍କାରଧର୍ମୀ ଭାବନା ଭରିଦେବା ପାଇଁ “ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା” ଆଗେଇ ଆସିଛି। ପ୍ରଚଳିତ ଦୁଃସ୍ଥ ମାନସିକତାକୁ ପରାହତ କରି ଆମର ବାଣୀପୁତ୍ରମାନଙ୍କ ଅନବଦ୍ୟ କାଳଜୟୀ ସାହିତ୍ୟକୁ ପୁନଃ ପ୍ରସାରିତ କରିବା ତଥା ନିଜ ମାତୃଭାଷାରେ ରାଷ୍ଟ୍ର ଚିନ୍ତନର ସୃଜନ ପ୍ରକ୍ରିୟାକୁ ପରିପୁଷ୍ଟ କରିବା ପରିଷଦର ଧ୍ୟେୟ। ଆସନ୍ତୁ ଏହି ମହାନ ଲକ୍ଷ୍ୟରେ ନିଜକୁ ନିୟୋଜିତ କରିବା।

ଆମର କାର୍ଯ୍ୟକ୍ରମ

ଆମର ବିଗତ କାର୍ଯ୍ୟକ୍ରମର କିଛି ଝଲକ

ଆମର ଆଗାମୀ କାର୍ଯ୍ୟକ୍ରମ ଗୁଡିକର ସୂଚନା ପାଇବାପାଇଁ ରେଜିଷ୍ଟର କରନ୍ତୁ