ଆମ ବିଷୟରେ

ଚିରଞ୍ଜୀବୀ ଚେତନାକୁ ସୁସୁପ୍ତିରୁ ଜାଗ୍ରତ କରାଇବାରେ ସାହିତ୍ୟ ଯୁଗେ ଯୁଗେ ମୁଖ୍ୟ ଭୂମିକା ଗ୍ରହଣ କରିଛି। ଆଜି କିନ୍ତୁ ସାହିତ୍ୟ ସାହିତ୍ୟିକ ମୂଲ୍ୟବୋଧରୁ ସମାଜକୁ ସଂସ୍କାରିତ କରିବାର ଦାୟିତ୍ୱବୋଧରୁ ଦୂରେଇଯିବାକୁ ଅପାଚେଷ୍ଟା କରୁଥିବାର ପ୍ରତୀତ ହେଉଛି। ଆମ ସମାଜ ଓ ଆମ ପରିବେଶର ଅନ୍ତର୍ନିହିତ ପ୍ରେରଣାର ଉତ୍ସଠାରୁ ବିପରୀତ ଦିଗରେ ବହୁଥିବା ସ୍ରୋତରେ ଭାଷି ଯିବାକୁ ଚେଷ୍ଟା କରୁଛି ବୋଲି ଲାଗୁଛି। ଫଳତଃ ଅପହଞ୍ଚ ହୋଇଯାଇଛି ପ୍ରଥିତଯଶା ସାହିତ୍ୟିକମାନଙ୍କ କାଳଜୟୀ ଶାଶ୍ୱତ ସାହିତ୍ୟ। ଭାରତଭଳି ବିଶାଳ ଭୂଖଣ୍ଡରେ ଥିବା ରାଜ୍ୟ ସମୂହର ବିବିଧ ସାଂସ୍କୃତିକ ଏକତାକୁ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ବିରୋଧ କରି ରାଷ୍ଟ୍ର ବିରୋଧୀ ତତ୍ତ୍ୱକୁ ପ୍ରୋତ୍ସାହନ ଦେବାରେ ତତ୍ପର ଓ ସେହି ମାନସିକତାକୁ ଦେଶସାରା ସଂକ୍ରମିତ କରିବାରେ ଲିପ୍ତ।ରାଷ୍ଟ୍ରଭଳି ବ୍ୟାପକ ଶବ୍ଦଟିକୁ କେବଳ ରାଷ୍ଟ୍ରଗାନ, ରାଷ୍ଟ୍ରଚିହ୍ନ ବା ଆତ୍ମୋତ୍ସର୍ଗର କାହାଣୀ ଭିତରେ ସୀମିତ କରି ନ ଦେଇ ଭବିଷ୍ୟତ ପିଢ଼ି ନିକଟରେ ତା’ର ବିଶାଳ ସ୍ୱରୂପକୁ ପହଞ୍ଚାଇବାକୁ ହେବ। ତେଣୁ ସାହିତ୍ୟରେ ମୌଳିକ ଚିନ୍ତନ ତଥା ସଂସ୍କାରଧର୍ମୀ ଭାବନା ଭରିଦେବା ପାଇଁ “ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା” ଆଗେଇ ଆସିଛି। ଦୁଃସ୍ଥ ମାନସିକତାକୁ ପରାହତ କରି ଆମରି ବାଣୀପୁତ୍ରମାନଙ୍କ ଅନବଦ୍ୟ କାଳଜୟୀ ସାହିତ୍ୟକୁ ଆଉଥରେ ପ୍ରସାରିତ କରିବା ତଥା ନିଜ ମାତୃଭାଷାରେ ରାଷ୍ଟ୍ର ଚିନ୍ତନକୁ ପରିପୁଷ୍ଟ କରିବା ପରିଷଦର ଧ୍ୟେୟ। ଆସନ୍ତୁ ଏହି ମହାନ ଲକ୍ଷ୍ୟରେ ନିଜକୁ ନିୟୋଜିତ କରିବା।

ଆମର କାର୍ଯ୍ୟକ୍ରମ

Hey! I am first heading line feel free to change me

hiii i am abhijit

I am promo text. Click edit button to change this text. Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo.